ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ କୋରୋନା ଯୋଦ୍ଧାର ମାନ୍ୟତା ପାଇଁ ନବୀନଙ୍କ ଘୋଷଣା

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬ ହଜାର ୯୪୪ କାର୍ଯ୍ୟରତ ସାମ୍ବାଦିକ କୋଭିଡ ଯୋଦ୍ଧାର ମାନ୍ୟତା ମିଳିବ । ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ । ନବୀନ ସରକାର ସବୁବେଳେ ସାମ୍ବାଦିକଙ୍କ ପାଇଁ ଯତ୍ନବାନ । ଏହି ନିଷ୍ପତ୍ତି ଐତିହାସିକ ବୋଲି ମଙ୍ଗରାଜ କହିଛନ୍ତି ।

Comments are closed.