ନବୀନଙ୍କ ଲୋକପ୍ରିୟତାର ଆଉ ଏକ ପ୍ରମାଣ, ଇଣ୍ଡିଆ ଟୁଡେ ସର୍ଭେରେ ନମ୍ବର ୧ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ । ଅଗ୍ରଣୀ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ସର୍ଭେରେ ନବୀନ ନମ୍ବର ୧ ଓ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୫୧ ପ୍ରତିଶତ ପଜିିଟିଭ ରେଟିଂ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି ନବୀନ । ରାଜ୍ୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ଦିନ ତଳେ ଏକ ଘରୋଇ ଟିଭି ନ୍ୟୁଜ ଚ୍ୟାନେଲ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ନବୀନ ପଟ୍ଟନାୟକ ସବୁଠୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Comments are closed.