ପୁଣି ଅଡୁଆରେ ଅଭିନେତ୍ରୀ କଂଗନା, ସାଂପ୍ରଦାୟିକ ବିଦ୍ୱେଷ ପ୍ରସାର ଅଭିଯୋଗରେ ଏତଲା ଦାୟର ପାଇଁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ- ଅଭିନେତ୍ରୀ କଂଗନା ରନୌତଙ୍କ ବିରୋଧରେ ଏତଲା ଦାୟର କରିବା ପାଇଁ ବାନ୍ଦ୍ରାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ ଓ ଇଂଟରଭ୍ୟୁ ଜରିଆରେ ସାଂପ୍ରଦାୟିକ ବିଦ୍ୱେଷ ପ୍ରସାର ଅଭିଯୋଗରେ କଂଗନାଙ୍କ ବିରୋଧରେ ଏତଲା ଦାୟର ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସାହିଲ ଅସରଫ ସୈୟଦ ଓ ମୁନ୍ନା ବରାଲି ନାମକ ଦୁଇ ଆବେଦନକାରୀଙ୍କ ଅନୁରୋଧ କ୍ରମେ ବାନ୍ଦ୍ରା କୋର୍ଟ ଏତଲା ଦାୟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାସ ୧୩ ତାରିଖରେ କର୍ନାଟକ ପୋଲିସ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । କାରଣ କୃଷି ଆଇନକୁ ବିରୋଧ କରୁଥିବା ଲୋକଙ୍କ ଉପରେ ଆପତିଜନକ ଟିପ୍ପଣୀ କରିଥିଲେ କଙ୍ଗନା ।

Comments are closed.