ଚୋରା ଚାଲାଣ ବେଳେ କୋରାପୁଟ ମାଛକୁଣ୍ଡ ଥାନା ପୋଲିସ ଜବତ କଲା ୭୦ ଲକ୍ଷ ଟଙ୍କା ମୂଲ୍ୟର ଅଧିକ ଗଂଜେଇ

ଭୁବନେଶ୍ୱର – ରାଜ୍ୟରେ ପୁଣି ଥରେ ବିପୁଳ ପରିମାଣରେ ଗଂଜେଇ ଜବତ । ଚୋରା ଚାଲାଣ ବେଳେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ ଜବତ କରିଛି ଗଂଜେଇ । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ । କୌଣସି ସୂତ୍ରରୁ ସୂଚନା ପାଇଁ ପୋଲିସ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଅଂଚଳରୁ ଜୟପୁରକୁ ଗଂଜେଇ ଚାଲାଣ କରୁଥିବା ଏକ ନମ୍ବର ବିହୀନ ପିକ୍ ଅପ ଗାଡିକୁ ପିଛା କରିଥିଲା ।

ମାଛକୁଣ୍ଡଠାରୁ ପ୍ରାୟ ୫ କିଲୋମିଟର ଦୂର ଘଡାବେଡା ବ୍ରିଜ ନିକଟରେ ପୋଲିସ ଏହି ଗାଡିକୁ ଜବତ କରିଥିଲା । ତେବେ, ଅନ୍ଧାରର ସୁଯୋଗ ନେଇ ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ଜବତ ଗଂଜେଇର ପରିମାଣ ୭ ଶହ ୧୨କିଲୋଗ୍ରାମରୁ ଅଧିକ ହେବ ।

Comments are closed.