ଲଦ୍ଦାଖରୁ ଧରାପଡିଥିବା ଚୀନ ସୈନ୍ୟକୁ ଦୁଇ ଦିନ ପରେ ଫେରାଇଦେଲା ଭାରତ

ନୂଆଦିଲ୍ଲୀ – ଲଦ୍ଦାଖରୁ ଧରାପଡିଥିବା ଚୀନ୍ ସୈନ୍ୟକୁ ଭାରତ ସୁରକ୍ଷିତ ଭାବେ ଫେରାଇ ଦେଇଛି । ଭାରତୀୟ ସେନା ଦୁଇଦିନ ତଳେ ଲଦ୍ଦାଖରୁ ଚୀନ୍ ସୈନ୍ୟକୁ ଧରିଥିଲେ । ଭାରତ ମାତ୍ର ଦୁଇଦିନ ଅଟକ ରଖିଲା ପରେ ଚୀନ୍ ସୈନ୍ୟକୁ ଫେରାଇ ଦେଇଛି । କିନ୍ତୁ କିଛି ଦିନ ପୂର୍ବେ ଭାରତର ୫ ନାଗରିକଙ୍କୁ ଚୀନ୍ ୮ ଦିନ ପରେ ହିଁ -ଫେରାଇଥିଲା । ପୂର୍ବ ଲଦ୍ଦାଖରେ ସୀମା ବିବାଦ ଉତେଜନା ମଧ୍ୟରେ ଭାରତୀୟ ସେନା ଚୀନର ପିପୁଲ୍ସ ଲିବରେସନ ଆର୍ମିର ଜଣେ ଯବାନକୁ ଗତ ୧୮ ତାରିଖରେ ଡେମଚୋକ ସେକ୍ଟରରୁ ଧରିଥିଲା । ପିଏଲଏ ମଧ୍ୟ ନିଜର ଜଣେ ସୈନ୍ୟ ନିଖୋଜ ହୋଇଥିବା କହିଥିଲା । ପ୍ରୋଟକଲ ଅନୁସାରେ ଭାରତ ଜରୁରୀ ପଚରାଉତୁରା କଲା ପରେ ଚୀନ ସୈନ୍ୟଙ୍କୁ ଫେରାଇ ଦେଇଛି ।

Comments are closed.