ପଥର କ୍ୱାରୀ ବିସ୍ଫୋରଣ ମାମଲା : ଗୁଣୁପୁର ତହସିଲଦାର ନିଲମ୍ବିତ

ଭୁବନେଶ୍ୱର- ଏକ ପଥର କ୍ୱାରିରେ ବିସ୍ଫୋରଣ ମାମଲାରେ ରାଜ୍ୟ ସରକାର ଗୁଣୁପୁର ତହସିଲଦାର ଲକ୍ଷ୍‌ମୀନାରାୟଣ ସାବତଙ୍କୁ ନିଲମ୍ବିତ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ ଥାନା ଅନ୍ତର୍ଗତ ଓକିଲଗୁଡାରେ ଏକ ଷ୍ଟୋନ କ୍ୱାରୀରେ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ସମେତ ୩ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।

ତହସିଲଦାର ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ସୁପାରିଶ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାମଲାରେ ସହକାରୀ ରାଜସ୍ୱ ନୀରିକ୍ଷକ ଅନୁପ କୁମାର ମାର୍ଥାଙ୍କୁ ପୂର୍ବରୁ ହିଁ ନିଲମ୍ବିତ କରାଯାଇଥିଲା । ବିନା ବୈଧ ଲିଜରେ ପଥର କ୍ୱାରୀ ଚାଲୁଥିଲା । ଆନ୍ଧ୍ର ପ୍ରଦେଶରୁ ବେଆଇନ୍ ଭାବେ ବିସ୍ଫୋରକ ଅଣାଯାଇଥିବା ବୋଲି ଅଭିଯୋଗ ହୋଇଛି । ତହସିଲଦାର ଏହି ବେଆଇନ କ୍ୱାରୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ବୋଲି ଅଭିଯୋଗ ହୋଇଛି ।

Comments are closed.