ଆସ୍କାରେ ବେଟିଂ ରାକେଟ୍ ଠାବ, ୩ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଆସ୍କା- ଆସ୍କାରେ ଏକ ଆଇପିଏଲ ବେଟିଂ ରାକେଟକୁ ଧ୍ୱସ୍ତ କରିଛି ପୋଲିସ । ବେଟିଂରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୧ ଲକ୍ଷ ୨୭ ହଜାର ୪୫୦ ନଗଦ ଟଙ୍କା, ୫ଟି ସ୍ମାର୍ଟ ଫୋନ୍ ଓ ଆଇପିଏଲ ସଂପର୍କିତ କାଗଜପତ୍ର ଜବତ କରାଯାଇଛି । ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରାକେଟର କିଙ୍ଗପିନ୍ ଓ ଅନମାନଙ୍କୁ ଧରିବା ପାଇଁ ଧରପଗଡ ଆରମ୍ଭ କରିଛି ପୋଲିସ,ସୂଚନା ଦେଇଛନ୍ତି ଆସ୍କା ପୋଲିସ ଆଇଆଇସି ପ୍ରଶାନ୍ତ କୁମାର ସାହୁ |

Comments are closed.