କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲା କେନ୍ଦ୍ର, ବିଜୟା ଦଶମୀ ପୂର୍ବରୁ ଗୋଟିଏ କିସ୍ତିରେ ମିଳିବ

ନୂଆଦିଲ୍ଲୀ – କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଛନ୍ତି ସରକାର । ୨୦୧୯-୨୦ର ବୋନସ ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଗୋଟିଏ କିସ୍ତିରେ ବିଜୟା ଦଶମୀ ପୂର୍ବରୁ ବୋନଟ ଟଙ୍କା ମିଳିବ । ଏହା ଦ୍ୱାରା ୩୦ ଲକ୍ଷରୁ ଅଧିକ ଅଣଗେଜେଟଡ୍ କର୍ମଚାରୀ ଉପକୃତ ହେବେ । ବୋନସ ବାବଦରେ ସରକାର ୩ ହଜାର ୭୩୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ।

Comments are closed.