ଭାରତରେ କୋରୋନା ମାମଲା ୭୭ ଲକ୍ଷ ପାର, ୨୪ ଘଂଟାରେ ୫୫ ହଜାର ୮୩୯ ନୂଆ ଆକ୍ରାନ୍ତ, ୭୦୨ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଂଟାରେ ୫୫ ହଜାର ୮୩୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୮ ଲକ୍ଷ ୭୪ ହଜାର ୫୧୮ ଲୋକ ସୁସ୍ଥ ହୋଇସାରିଲେଣି । ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୭ ଲକ୍ଷ ୧୫ ହଜାର ୮୧୨ ରହିଛି । ଗତ ୨୪ ଘଂଟାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି ।

Comments are closed.