ପଶ୍ଚିମବଙ୍ଗ ଆଡେ ମୁହାଁଇଛି ଅବପାତ, ଉତର ଉପକୂଳର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା

ଭୁବନେଶ୍ୱର- ପଶ୍ଚିମବଙ୍ଗ ଆଡକୁ ମୁହାଁଇଛି ବଙ୍ଗୋପ ସାଗରରେ ସୃଷ୍ଟ ଅବପାତ । ଏହା ଉତର-ଉତରପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳରେ ସକ୍ରିୟ ହୋଇଛି । ପାରାଦୀପଠାରୁ ପୂର୍ବ-ଉତରପୂର୍ବ ଦିଗରେ ୨୦୦ କିମି ଦୂରରେ ସକ୍ରିୟ ରହିଛି ଅବପାତ । ଏହାର ପ୍ରଭାବରେ ଉତର ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ମୟୂରଭଂଜ,ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିଲା ବେଳେ କେନ୍ଦୁଝରରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Comments are closed.