ବିହାର ପରେ ଆମେରିକାରେ ବି ଟିକା ରାଜନୀତି, ଲୋକଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇବାକୁ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ପ୍ରତିଶ୍ରୁତି

ୱାଂସିଟନ- ବିହାର ନିର୍ବାଚନ ପ୍ରଚାରରେ ମାଗଣା କୋରୋନା ଟିକା ବଂଟନ ପାଇଁ ବଜେପିର ପ୍ରତିଶ୍ରୁତି ରାଜନୈତିକ ହଟଚମଟ ସୃଷ୍ଟି କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ କୋରୋନା ଟିକା ନିର୍ବାଚନୀ ପ୍ରତିଶ୍ରୁତି ପାଲଟିଛି । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ସେ ନିର୍ବାଚିତ ହୁଅନ୍ତି, ତାହା ହେଲେ ସବୁ ଆମେରିକୀୟ ପାଇଁ କୋଭିଡ-୧୯ ଟିକା ମାଗଣାରେ ଉପଲବ୍ଧ କରିବେ ।

ଆମେରିକାରେ ସୁରକ୍ଷିତ ଓ ପ୍ରଭାବଶାଳୀ ଟିକା ପ୍ରସ୍ତୁତ ହେଲା ପରେ ସମସ୍ତଙ୍କୁ ଏହା ମାଗାଣାରେ ଯୋଗାଇ ଦିଆଯିବ ବୋଲି ବିଡେନ୍ ଏକ ନିର୍ବାଚନୀ ସଭାରେ ଘୋଷଣା କରିଛନ୍ତି । ଆମେରିକାରେ କୋରୋନା ଭାଇରସର ଦୁର୍ବଳ ମୁକାବିଲା ପାଇଁ ରାଷ୍ଟ୍ରପତି ଟ୍ରଂପଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ବିଡେନ୍ ।

Comments are closed.