ଆୟକର ଦାଖଲ ସମୟସୀମା ପୁଣି ମାସେ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଟିକସଦାତାମାନଙ୍କ ପାଇଁ ବଡ ଆଶ୍ୱସ୍ତି । କେନ୍ଦ୍ର ସରକାର ବ୍ୟକ୍ତିଗତ ଟିକସଦାତାମାଙ୍କୁ ବଡ ଆଶ୍ୱସ୍ତି ଦେଇ ୨୦୧୯-୨୦ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ ଦାଖଲ ସମୟସୀମାକୁ ମାସେ ବୃଦ୍ଧି କରିଛନ୍ତି । ନଭେମ୍ବର ୩୦ ତାରିଖ ପରିବର୍ତେ ଡିସେମ୍ବର ୩୧ ତାରିଖ ଯାଏଁ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମଧ୍ୟ ଏହି ସମୟସୀମା ବଢାଯାଇଥିଲା । ମେ ମାସରେ ଆୟକର ଦାଖଲ ସମୟସୀମା ଜୁଲାଇ ୩୧ରୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଥିଲା । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ-ସିବିଡିଟି ଅନୁସାରେ ଯେଉଁ କରଦାତାମାନେ ନିଜର ଆକାଉଂଟ୍ ଅଡିଟ୍ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଆଇଟିଆର ଦାଖଲ ସମୟସୀମା ଦୁଇମାସ ବୃଦ୍ଧି କରାଯାଇ ୨୦୨୧ ଜାନୁଆରୀ ୩୧ ରଖାଯାଇଛି ।

Comments are closed.