ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି, ମାପଚୁପ କଲେ ଏଏସଆଇ ଟିମ୍

ପୁରୀ –ଶ୍ରୀମନ୍ଦିର ବାଇଶି ପାହାଚର ମରାମତି କରାଯିବ । ଏ ନେଇ ପ୍ରାଥମିକ କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ପହଂଚି ପ୍ରତି ପାହାଚର ମାପଚୁପ ନିଆଯାଇଛି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ପକ୍ଷରୁ ୪ ଜଣିଆ ଦଳ ପାହାଚର ମାପଚୁପ କରିଛନ୍ତି । ବାଇଶି ପାହାଚର ପଥରଗୁଡିକୁ ଯାଂଚ କରାଯିବ । କୌଣସି ପଥର ଦୁର୍ବଳ ହୋଇଯାଇଥିେଲେ ତାହା ବଦଳାଯିବାକୁ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ପରିସରରେ ଥିବା ମହାଲକ୍ଷ୍‌ମୀ ମନ୍ଦିରର ମରାମତି ନେଇ ବି ଯାଂଚ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ଏଏସଆଇ ମରାମତି କାମ କରିବ ।

Comments are closed.