ଭୋରରେ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଭୋରରେ ଲିଙ୍ଗରାଜ ମନ୍ଦିର ଯାଇ ବିଭିନ୍ନ ଭିତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୂର୍ତ ସଚିବ ଡ.କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସହ ୫-ଟି ସଚିବ ସକାଳ ୫ଟାରେ ଲିଙ୍ଗରାଜ ମନ୍ଦିର ନିକଟରେ ପଂହଚିଥିଲେ ।

ଲିଙ୍ଗରାଜ ମନ୍ଦିର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିଥିଲେ । ୫-ଟି ସଚିବ ପ୍ରୋଜେକ୍ଟ ମ୍ୟାପ ଅନୁଧ୍ୟାନ କରିବା ସହ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ପାଣ୍ଡିଆନ ବିନ୍ଦୁସାଗରରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବି ତଦାରଖ କରିଥିଲେ । ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ଓ ଭକ୍ତଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଯୋଜନା ରହିଛି । ମନ୍ଦିରର ପରିସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଛି ।

Comments are closed.