କୋରୋନା କାଳରେ ରାଜ୍ୟରେ ନିର୍ବାଚନ, ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି

ଭୁବନେଶ୍ୱର- କୋରୋନା କାଳରେ ରାଜ୍ୟରେ ନିର୍ବାଚନ । ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କଡା କୋଭିଡ କଟକଣା ମଧରେ ଉଭୟ ଆସନରେ ଚାଲିଛି ମତଦାନ । ଏହି ଦୁଇ ଆସନରେ ୪ ଲକ୍ଷ ୬୬ ହଜାରରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ଯାଏଁ ଚାଲିବ । କୋଭିଡ ମହାମାରୀ ଦୃଷ୍ଟିରୁ ଏଥର ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି ।

ବାଲେଶ୍ୱର ସଦର ଆସନରେ ୬ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଦାରଣ କରିବେ ୨ ଲକ୍ଷ ୨୬ ହଜାର ୫୮୨ ଭୋଟର । ୩୪୬ଟି ମତଦାନ କେନ୍ଦ୍ରରେ ହେଉଛି ଭୋଟ୍ ଗ୍ରହଣ । ଏହି ଆସନରେ ୮୫ଟି ବୁଥ୍ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି । ତିର୍ତୋଲରେ ମୋଟ ୩୩୭ ପୋଲିଂ ବୁଥପେ ମତଦାନ ଚାଲିଛି । ଇଭିଏମରେ ସିଲ୍ ହେବ ୯ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ । ୨ ଲକ୍ଷ ୩୯ ହଜାର ୧୫୩ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଉଭୟ ଆସନରେ ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । ବାଲେଶ୍ୱର ସଦର ଆସନ ବର୍ତମାନ ବିଜେପି ହାତରେ ଥିବା ବେଳେ ତିର୍ତୋଲ ବିଜେଡି ହାତରେ ରହିଛି ।

Comments are closed.