ଶ୍ରୀମନ୍ଦିରରେ ମରାମତି ପାଇଁ ଏଏସଆଇ ବିଶେଷଜ୍ଞ ଦଳର ଅନୁଧ୍ୟାନ,ବାଇଶି ପାହାଚ ଓ ଲକ୍ଷ୍ମୀ ମନ୍ଦିର ଯାଂଚ

ପୁରୀ- ଶ୍ରୀମନ୍ଦିରରେ କିଛି ମରାମତି ପାଇଁ ଭାରତୀୟ ପ୍ରତ୍ମତାତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇର ଏକ ଟିମ ପହଂଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଏସଏସଆଇର ୫ ଜଣିଆ ଟିମ୍ ବାଇଶି ପାହାଚ, ଲକ୍ଷ୍ମୀ ମନ୍ଦିରର ମରାମତି ପାଇଁ ଅନୁଧ୍ୟାନ କରିଛନ୍ତି । ୨୨ ପାହାଚରେ ଫାଟ ଓ ନଷ୍ଟ ହୋଇଥିବା ପଥରର ମରାମତି ନେଇ ସମୀକ୍ଷା ହୋଇଛି । ନୂଆ କବାଟ ଓ ରୁପା ଛାଉଣୀ ୭ ପାହାଚ ଦ୍ୱାରର ଅନୁଧ୍ୟାନ କରିଛନ୍ତି ଏଏସଆଇ ଟିମ୍ । ଏଏସଆଇ ଟିମ୍ ସହ ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ ।

Comments are closed.