ଖୋର୍ଦ୍ଧା ସରୁଅ ଜମି ଦୁର୍ନୀତି ମାମଲା : କ୍ରାଇମବ୍ରାଂଚ ଏସପିଙ୍କ ସୂଚନା, ହୋଇଛି ବେନାମୀ ଟ୍ରାଞ୍ଜାକ୍ସନ, ଆୟକର ବିଭାଗ କରିବ ତଦନ୍ତ

ଭୁବନେଶ୍ୱର- ଖୋର୍ଦ୍ଧା ସରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏ ବାବଦରେ କିଛି ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ବେନାମୀ ଟ୍ରାଞ୍ଜାକ୍ସନ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ମାମଲାରେ ଓଡିଶା ଇନଫ୍ରାଟେକ୍‌ର ସିଏଫଓ ମନୋରଂଜନ ଷଡଙ୍ଗୀ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଚଂଚକତା କରି ଅନୁସୂଚିତ ଜାତିର ଲୋକଙ୍କ ଜମି କିଣାଯାଇଥିଲା । ଏହା ଏକ ଧର୍ତବ୍ୟ ଅପରାଧ । ଓଆଇପିଏଲର ମୁଖ୍ୟ ଭାବେ ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା ମଧ୍ୟ ଏଥିରେ ସଂପୃକ୍ତ ବୋଲି କ୍ରାଇମବ୍ରାଂଚ୍ ଏସପି କହିଛନ୍ତି ।

ଅନୁସୂଚିତ ଜାତିର ଲୋକଙ୍କ ଜମି ସିଧା କିଣିବା ସମ୍ଭବ ନୁହେଁ । ତେଣୁ କମ୍ପାନି ଜଣେ ଡ୍ରାଇଭରଙ୍କୁ ବ୍ୟବହାର କରି ଜମି କିଣିଥିଲା । ଡ୍ରାଇଭର ରବିନ୍ଦ୍ର ସେଠୀଙ୍କୁ ଡରାଇ ତାଙ୍କ ନାଁରେ ଜମି କିଣାଯାଇଛି । ୨୦୧୦ରୁ ରୁ ୨୦୧୩ ମଧ୍ୟରେ ତାଙ୍କ ନାଁରେ ୭ ଦଶମିକ ୨୯ ଏକର ଜମି କିଣାଯାଇଥିଲା । କିନ୍ତୁ ରବି ଏ ନେଇ କିଛି ଜାଣି ନ ଥିଲେ । ୨୦୧୬ରୁ ୨୦୧୯ ମଧ୍ୟରେ ସେ ଏହି ଜମି ବିକିଥିଲେ । ଏହି ବାବଦରେ ତାଙ୍କୁ କୌଣସି ଟଙ୍କା ଦିଆଯାଇ ନ ଥିଲା ବୋଲି ସୌମେନ୍ଦ୍ର କହିଛନ୍ତି ।

ତେବେ ବେନାମୀ ଅର୍ଥ କାରବାରର ଦାୟିତ୍ୱ ପୋଲିସ ପରିସରଭୁକ୍ତ ନୁହେଁ । ବେନାମୀ କାରାବରର ତଦନ୍ତ ଆୟକର ବିଭାଗ କରିବ । ଆୟକର ବିଭାଗକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ଅନୁରୋଧ କରାଯାଇଥିବା କ୍ରାଇମବ୍ରାଂଚ୍ ଏସପି କହିଛନ୍ତି ।

Comments are closed.