ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ବି-ଟେକରେ ଶୋଭିତ ପଟେଲ ଓ ଏମ୍‌-ଟେକ୍‌ରେ ସୌମ୍ୟରଂଜନ ରାଉତରାୟ ଟପ୍ପର

ଭୁବନେଶ୍ୱର-ଚଳିତବର୍ଷର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକା ରିଲିଜ କରିଛନ୍ତି । ବି-ଟେକ୍‌ରେ ଶୋଭିତ ପଟେଲ ଟପ୍ପର ହୋଇଛନ୍ତି । ବି. ଫାର୍ମାରେ ଟପ୍ପର ହୋଇଛନ୍ତି ସୌମ୍ୟରଞ୍ଜନ ରାଉତରାୟ । ଏମ.ଟେକ୍‌ରେ ଶ୍ୟାମସୁନ୍ଦର ପଟେଲ ଟପ୍ପର ହୋଇଛନ୍ତି ।

କୋରୋନା ମହାମାରୀ ସ୍ଥିତି ଯୋଗୁଁ ଏଥର ଓଜେଇଇ ମେ ମାସ ବଦଳରେ ଅକ୍ଟୋବର ମାସରେ ହୋଇଥିଲା । ଏ ବର୍ଷ ପ୍ରଥମ ଥର ପାଇଁ କଂପ୍ୟୁଟର ବେସ୍‌ଡ ଟେଷ୍ଟ-ସିବିଟି ମୋଡ୍‌ରେ ହୋଇଥିଲା । ରେକର୍ଡ ସଂଖ୍ୟକ ୭୯ ହଜାର ୭୫୪ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ପାଇଁ ପଂଜୀକୃତ କରିଥିଲେ ମଧ୍ୟ ୪୯ ହଜାର ୨୬୭ ପରୀକ୍ଷାର୍ଥୀ ହିଁ ପରୀକ୍ଷା ଦେଇପାରିଥିଲେ । ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ନିମ୍ନରେ ଦିଆଗଲା ।

Comments are closed.