୫-ଟି ଅନ୍ତର୍ଗତ ଓଡିଶା ଲୋକସେବା ଆୟୋଗ-ଓପିଏସସିରେ ଇ-ଅଫିସର ଶୁଭାରମ୍ଭ

ଭୁବନେଶ୍ୱର- ଓଡିଶା ଲୋକସେବା ଆୟୋଗ-ଓପିଏସସିରେ ଇ-ଅଫିସର ଶୁଭାରମ୍ଭ କରାଯାଇଛି । ଓପିଏସସି ଅଧ୍ୟକ୍ଷ ବ୍ରିଗେଡିୟର ( ଅବସରପ୍ରାପ୍ତ ) ଡକ୍ଟର ଏଲ.ସି ପଟ୍ଟନାୟକଙ୍କ ଦ୍ୱାରା ଇ-ଅଫିସର ଶୁଭାରମ୍ଭ କରାଯାଇଛି । ଆୟୋଜିତ ଭର୍ଚୁଆଲ ଉତ୍ସବରେ ଜିଏ ଓ ପିଜି ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଓ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମଙ୍କ ଉପସ୍ଥିତିରେ ଓପିଏସସିର ଇ-ଅଫିସ ଶୁଭାରମ୍ଭ କରାଯାଇଥିଲା ।

File Photo

୫-ଟି ପଦକ୍ଷେପ ଅନ୍ତର୍ଗତ ଜିଏ ଓ ପିିଜି ବିଭାଗ ପକ୍ଷରୁ ଇ-ଅଫିସ କାର୍ଯ୍ୟକାରୀ କରାଯାଉଛି । ସେଂଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ନମେଂଟ୍ ଇନିସିଏଟିଭ-ସିଏମଜିଆଇ ଓ ଏନଆଇସି ଓଡିଶା ଦ୍ୱାରା ଓପିଏସସିର ଇ-ଅଫିସ କାର୍ଯ୍ୟକ୍ଷମ ହୋଇଛି ।

File Photo

ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ସିଏମଜିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ କହିଥିଲେ ଯେ, ଏ ପର୍ଯ୍ୟନ୍ତ ୧୦୧ଟି ସରକାରୀ ଅଫିସରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି ପଦ କ୍ଷେପ ଅନ୍ତର୍ଗତ ଇ-ଅଫିସ କାର୍ଯ୍ୟକାରୀ କରାଯାଉଛି ବୋଲି ଜିଏ ଓ ପିିଜି ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା କହିଥିଲେ । ଓପିଏସସି ଅଧ୍ୟକ୍ଷ ବ୍ରିଗେଡିୟର ( ଅବସରପ୍ରାପ୍ତ ) ଡକ୍ଟର ଏଲ.ସି ପଟ୍ଟନାୟକ କହିଥିଲେ ଯେ, ଇ-ଅଫିସର ଓପିଏସସି ପାଇଁ ବେଶ୍ ଉପେଯାଗୀ ସାବ୍ୟସ୍ତ ହେବ ।

Comments are closed.