‘ମୋ ବସ୍‌’ ସେବାକୁ ଦୁଇ ବର୍ଷ, ବସ୍ ପାଠଶାଳା ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ‘ମୋ ବସ’ ସେବାକୁ ଦୁଇ ବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ପାଠଶାଳା ପୁସ୍ତକକୁ ଉନ୍ମୋଚନ କରିଛନ୍ତି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ –ସିଆରୟୁଟି ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ୫ ମାସିଆ ଭର୍ଚୁଆଲ୍ ପ୍ରଶିକ୍ଷଣ ପ୍ୟାକେଜ ରହିଛି ।

ଆଜିଠାରୁ ଯାତ୍ରୀଙ୍କ ପାଇଁ ଡିଜିଟାଲ୍ ପେମେଂଟ୍ ସୁବିଧା ଦେବାକୁ କ୍ରୁଟ୍ ଟ୍ୟାପ୍ ଆଣ୍ଡ୍ ପେ ସ୍ମାର୍ଟ କାର୍ଡ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରାଯାଇଛି । ମହାମାରୀ ସତ୍ୱେ ‘ମୋ ବସ୍‌’ ଅଭିବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛି ବୋଲି କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ।

Comments are closed.