ଜୀବନ ପ୍ରଦୀପ ଦାଶଙ୍କ ସୁବିଧାବାଦ ଓ କୃତଘ୍ନ ରାଜନୀତି : ଦଳ ବିରୋଧୀ ଫୋନ୍ ବାର୍ତାଳାପ ସଂପର୍କିତ ଭାଇରାଲ ଅଡିଓ ଦେଇଛି ପ୍ରମାଣ

ଭୁବନେଶ୍ୱର-ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇ ଦଳ ଛାଡିଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସ୍ୱର ଭଳି ଲାଗୁଥିବା ଏକ ଅଡିଓ ଭାଇରାଲ ହୋଇଛି । ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ଏହି ଅଡିଓ ରେକର୍ଡ ହୋଇଥିବା ସ୍ପଷ୍ଟ ଜଣାପଡୁଛି ।

ଏହି ଅଡିଓରେ ଜୀବନ ପ୍ରଦୀପ ଫୋନରେ ଅନ୍ୟ ଜଣେ ଲୋକଙ୍କୁ ବାଲେଶ୍ୱର ସଦର ଆସନ ପାଇଁ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ବିରୋଧରେ ବିଷୋଦଗାର କରିଥିବା ଶୁଣାଯାଉଛି । ଦଳର ତିନି ନମ୍ବର ବ୍ୟକ୍ତି କେମିଟି ଟିକେଟ୍ ପାଇଲା ବୋଲ ପପ୍ପୁ ବୋଲି ବିଜେପିର ଜଣେ ଲୋକ ତାଙ୍କୁ ପଚାରୁଛନ୍ତି । ଏଥିରେ ଜୀବନ ପ୍ରଦୀପ ଦାଶ ରବୀନ୍ଦ୍ର ଜେନାଙ୍କ ନାଁ ନେଇ ତାଙ୍କୁ ଦୋଷାରୋପ କରୁଛନ୍ତି । ବିଜେପି –ବିଜେଡି ସବୁ ଏକ ବୋଲି ନିଲମ୍ବିତ କହୁଥିବା ଶୁଣାଯାଉଛି ।

ଏଥର ତାଙ୍କର ସମର୍ଥକ ବିଜେପିକୁ ଭୋଟ୍ ଦେବେ ବୋଲି ଜୀବନ ପ୍ରଦୀପ , ପପ୍ପୁ ନାମକ ଲୋକଙ୍କୁ ଫୋନରେ କହୁଛନ୍ତି । ଏଥିପାଇଁ ପଇସାପତ୍ର ସେ ଯୋଗାଡ କରିବେ ବୋଲି ଜୀବନ ପ୍ରଦୀପ ତାଙ୍କୁ କହୁଥିବା ଭାଇରାଲ ବାର୍ତାଳାପରୁ ଜଣାପଡିଛି ।

ଭାଇରାଲ ହୋଇଥିବା ଏହି ଫୋନ୍ ବାର୍ତାଳାପ ଅଡିଓ ଟେପ୍‌ରୁ ଜୀବନ ପ୍ରଦୀପ ଦାଶଙ୍କ ସୁବିଧାବାଦ ରାଜନୀତିକୁ ପଦାରେ ପକାଇଦେଇଛି । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଜଣେ ଦଳ ପ୍ରତି ମଧ୍ୟ ବିଶ୍ୱାସଘାତ କରିପାରେ,ତାହା ଦେଖାଇ ଦେଇଛନ୍ତି ଜୀବନ ପ୍ରଦୀପ । ଦଳୀୟ ଶୃଙ୍ଖଳାକୁ ଜଳାଂଜଳି ଦେଇ ନିର୍ବାଚନ ସମୟରେ ହିଁ ବିରୋଧୀ ପକ୍ଷଙ୍କ ସହ ଜୀବନ ପ୍ରଦୀପ ହାତ ମିଳାଇବାରୁ ସ୍ପଷ୍ଟ ହୋଇଯାଇଛି ଯେ, ସେ ଜଣେ ସୁବିଧାବାଦୀ ରାଜନେତା । ତାଙ୍କ ପାଇଁ ବ୍ୟକ୍ତିଗତ ସ୍ୱାର୍ଥ ହିଁ ସବୁକିଛି । ଦଳରେ ରହି ପ୍ରତିଷ୍ଠିତ ହେଲା ପରେ ମଧ୍ୟ ନିଜ ସ୍ୱାର୍ଥ ହାସଲ ପାଇଁ ଜଣେ କେତେ କୃତଘ୍ନ ହୋଇପାରେ, ତାହା ପୂର୍ବତନ ବିଧାୟକଙ୍କ କାର୍ଯ୍ୟକଳାପରୁ ପ୍ରମାଣିତ ହୋଇଛି ।

Comments are closed.