ଦିଲ୍ଲୀ-ଏନସିଆର ଏବଂ ପ୍ରଦୂଷଣ ଅଧିକ ଥିବା ରାଜ୍ୟରେ ନଭେମ୍ବର ୩୦ ଯାଏଁ ବାଣ ବିକ୍ରି ଓ ବ୍ୟବହାର ଉପରେ ଏନଜିଟିଙ୍କ ନିଷେଧାଦେଶ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଂଚଳରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି । ନଭେମ୍ବର ୩୦ ଯାଏଁ ନିଷେଧାଦେଶ ଜାରି କରାଯାଇଛି । ପ୍ରଦୂଷଣ ଅଧିକ ଥିବା ଅନ୍ୟ ରାଜ୍ୟରେ ବି ବାଣକୁ ନିଷେଧ କରାଯାଇଛି । ତେବେ, କମ ପ୍ରଦୂଷିତ ସହରରେ ପରିବେଶ ଅନୁକୂଳ ବାଣ ବ୍ୟବହାର କରିହେବ ।

ଦୀପାବଳି, ବଡଦିନ ଓ ନୂଆବର୍ଷରେ ମାତ୍ର ଦୁଇ ଘଂଟା ପାଇଁ ବାଣଫୁଟାକୁ ଅନୁମତି ଦିଆଯାଇଛି । ବାଣଫୁଟାର ସମୟ ନିର୍ଦ୍ଧାରଣ ସଂପୃକ୍ତ ରାଜ୍ୟ ସରକାର କରିବେ ଏନଜିଟି ତାଙ୍କ ଆଦେଶରେ କହିଛନ୍ତି । ପ୍ରଦୂଷଣ ଉପରେ କଡା ନଜର ରଖିବାକୁ କେନ୍ଦ୍ରୀୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

Comments are closed.