ଉପନିର୍ବାଚନ ଗଣତି : ଉଭୟ ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡି ଆଗୁଆ

ଭୁବନେଶ୍ୱର- ତିର୍ତୋଲ ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ୧୫ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୫୦ ହଜାର ୨୯୬ ଭୋଟ ପାଇଛନ୍ତି । ରହିଛନ୍ତି । ବିଜେପି ପ୍ରାର୍ଥୀ ୨୭ ହଜାର ୪୦୦ ଓ କଂଗ୍ରେସ ପ୍ରାର୍ଥୀ ୧୩ ହଜାର ୩୪୪ ଭୋଟ୍ ପାଇଛନ୍ତି ।

ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୨୧ ହଜାର ୯୭୪ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୯ ହଜାର ୪୫୭ ଓ କଂଗ୍ରେସ ପ୍ରାର୍ଥୀ ୧ ହଜାର ୮୬୯ ଭୋଟ୍ ପାଇଛନ୍ତି ।

Comments are closed.