ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରୀଡକୋର ଋଣ ପାଇଁ ୨୬ କୋଟିର ସରକାରୀ ଗ୍ୟାରେଂଟିକୁ ଅନୁମୋଦନ, କୃଷି ମାର୍କେଟିଂ ସେବା ଗଠନ ପ୍ରସ୍ତାବ ଉପରେ ବି ମୋହର

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଗ୍ରୀଡକୋର ଋଣ ପାଇଁ ୨୬ କୋଟିର ସରକାରୀ ଗ୍ୟାରେଂଟିକୁ ଅନୁମୋଦନ କରିଛି କ୍ୟାବିନେଟ । ରାଜସ୍ୱ ନିଅଂଟ ଭରଣା ପାଇଁ ଗ୍ରୀଡ୍‌କୋକୁ ୨ ପ୍ରତିଶତ ସୁଧ ରିହାତି ମିଳିବ । ବଜାର କମିଟିର ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛି କ୍ୟାବିନେଟ । କୃଷିଜାତ ସାମଗ୍ରୀ ବିକ୍ରି ଉପରେ ଭୌଗଳିକ ପ୍ରତିବନ୍ଧକ ହଟାଯିବ । ଲୋକସେବା ଆୟୋଗରେ ୨ ସଦସ୍ୟଙ୍କ ନିଯୁକ୍ତିକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ବିଭୂତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ ଶେଖର ରଥଙ୍କ ନିଯୁକ୍ତିକୁ ମଂଜୁରୀ ଦେଇଛି କ୍ୟାବିନେଟ ।

୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରାଯିବ । ପୁରୀର ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ମାର୍କେଟ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୮ ଦଶମିକ ୩୭ ଏକର ଜମି ହସ୍ତାନ୍ତର କରାଯିବ । ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ମାର୍କେଟ ପାଇଁ ୪୬୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଓଡିଶା ଡାକ୍ତରୀ ସେବା ନିୟମାବଳୀ-୨୦୧୭ରେ ପରିବର୍ତନ କରାଯିବ । ଓଡିଶା ବେସାମରିକ ସେବା ନିୟମାବଳୀ -୧୯୯୨ରେ ମଧ୍ୟ ସଂଶୋଧନ କରାଯିବ ।

Comments are closed.