ପଶ୍ଚିମବଙ୍ଗରେ ମେ ୧୬ ରୁ ୩୦ ସମ୍ପୂର୍ଣ୍ଣ ଲକଡାଉନ୍

‌କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ସରକାର ରାଜ୍ୟରେ ମେ ୧୬ରୁ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ । ସବୁ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଆତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ମିଠା ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିବ ବୋଲି କୁହାଯାଇଛି । ତେବେ ରବିବାର ଏହି ସବୁ ଦୋକାନ ବନ୍ଦ ରହିବ ।

ଲକଡାଉନ୍ ସମୟରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ୍ ଖୋଲା ରହିବ । ବ୍ୟାଙ୍କ୍ ଗୁଡିକୁ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି । ରାଜ୍ୟର ସବୁ ଶିଳ୍ପସଂସ୍ଥା ବନ୍ଦ ରହିବାକୁ ଥିବା ବେଳେ ଚା’ ବଗିଚାରେ କେବଳ ୫୦% ଲୋକଙ୍କୁ ଅନୁମତି ମିଳିବ ।

ରାଜ୍ୟରେ ମେ ୩୦ ଯାଏଁ ସବୁ ପ୍ରକାର ସମାବେଶ ଉପରେ କଟକଣା ଲଗାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକ ଅନୁଯାୟ ସବୁ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

Comments are closed.