ରାଜ୍ୟରେ ଦିନକରେ ୧୧ ହଜାର ୭୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୭୨୦

ଭୁବନେଶ୍ୱର – ରାଜ୍ୟରେ ଦିନକରେ ୧୧ ହଜାର ୭୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୫୬୯ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୧୦, କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡରୁ ୬୪୧, ସମ୍ବଲପୁରରୁ ୫୩୮, ବାଲେଶ୍ୱରରୁ ୪୭୨, ମୟୂରଭଞ୍ଜରୁ ୪୧୮,ନବରଙ୍ଗପୁରରୁ ୪୧୭, ଭଦ୍ରକରୁ ୪୧୪, ବଲାଙ୍ଗିରରୁ ୪୦୧, ଝାରସୁଗୁଡାରୁ ୩୯୧, ପୁରୀରୁ ୩୯୦, ଯାଜପୁରରୁ ୩୮୩, ବରଗଡରୁ ୩୬୩, ଜଗତସିଂହପୁରରୁ ୩୩୦,କୋରାପୁଟରୁ ୨୮୯, ବୌଦ୍ଧରୁ ୨୭୭, କଳାହାଣ୍ଡିରୁ ୨୭୪, ନୟାଗଡରୁ ୨୬୧, ଗଞ୍ଜାମରୁ ୨୫୯, ସୋନପୁରରୁ ୨୫୫, ରାୟଗଡାରୁ ୨୪୫, ନୂଆପଡାରୁ ୨୨୦, କେନ୍ଦୁଝରରୁ ୨୨୦, ଢେଙ୍କାନାଳରୁ ୧୫୩, ମାଲକାନଗିରିରୁ ୧୪୫, କେନ୍ଦ୍ରାପଡାରୁ ୧୩୯, ଦେବଗଡରୁ ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪କୁ ବୃଦ୍ଧି ପାଇଥିବା ବେଳେ ୫ ଲକ୍ଷ ୨ ହଜାର ୪୫୫ ସୁସ୍ଥ ହୋଇସାରିଲେଣି । ୧ ଲକ୍ଷ ୭ ହଜାର ୪୦୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.