ରାଜ୍ୟର ଘରୋଇ ମେଡିକାଲରେ ମିଳିବ କୋଭିଡ ଟିକା, ଅନଲାଇନ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ମିଳିବ ଟିକା

ଭୁବନେଶ୍ୱର- ରାଜ୍ୟର ଘରୋଇ ମେଡିକାଲରେ ମିଳିବ କୋଭିଡ ଟିକା । ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଲେଖିଛନ୍ତି । ଟିକା ଉତ୍ପାଦନକାରୀଙ୍କଠାରୁ ନିଜେ ଟିକା କିଣିବେ ହସପିଟାଲ୍ । କେବଳ ଅନଲାଇନ ପଂଜିକରଣ କରିଥିବା ହିତାଧିକାରୀଙ୍କୁ କୋଭିଡ ଟିକା ମିଳିବ । ଟିକାର ନାମ ଓ ଦର ପୋର୍ଟାଲରେ ଉଲ୍ଲେଖ କରିବେ ଘରୋଇ ହସପିଟାଲ୍ । ହସପିଟାଲରେ ଟିକାଦାନର ଯାଂଚ୍ ପାଇଁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖାଯାଇଛି ।

Comments are closed.