କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ନ ଥିବାରୁ ଡ୍ରାଇଭ ଇନ୍ ଓ ଘରେ ଟିକାକରଣକୁ ମନା କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଡ୍ରାଇଭ ଇନ୍ ଓ ଘରେ ଯାଇ ଟିକାକରଣକୁ ମନା କରିଛନ୍ତି ରାଜ୍ୟ ସରକାର । ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନାହିଁ । ତେଣୁ ଏ ଭଳି କାର୍ଯ୍ୟକ୍ରମ ନ କରିବା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ମନା କରିଛନ୍ତି ରାଜ୍ୟ ସରକାର । ୱେଟିଂ ପ୍ଲେସ, ଅବଜରଭେସନ ହୋମ ଥିବା ସ୍ଥାନରେ ଟିକା ଦେବା ପରେ ଅଧଘଂଟା ଅବରଭେସନର ନିୟମ ରହିଛି ।

Comments are closed.