ରଥଖଳାରେ ନିୟୋଜିତ ୮ ସେବାୟତ କୋରୋନା ପଜିଟିଭ

ପୁରୀ – ରଥକାମରେ ନିୟୋଜିତ ସେବାୟତଙ୍କ ମଧ୍ୟରୁ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୯ ଜଣଙ୍କୁ ସଂଗରୋଧରେ ରଖି କୋରୋନା ଟେଷ୍ଟ କରାଗଲା ପରେ ୩ ଜଣ ମହାରଣା ଓ ୫ ଭୋଇ ସେବାୟକ ପଜିଟିଭ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଭୟ ଜେନା ସୂଚନା ଦେଇଛନ୍ତି ।

ରଥକଳାରେ କାର୍ଯ୍ୟରତ ସବୁ ସେବାୟତ ପ୍ରଥମ ଡୋଜ୍ ନେଇଛନ୍ତି । ଆରଟି-ପିସିଆର୍ କୋଭିଡ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଂକ୍ରମିତ ସେବାୟତଙ୍କୁ ନୀଳାଚଳ କୋଭିଡ କେୟାର ସେଂଟରରେ ଭର୍ତ୍ତି କରାଯାଇଛି ।

Comments are closed.