କୋଭିଡ ରୋଗୀଙ୍କ ଚିକିତ୍ସା ସାଂଗକୁ ମନୋରଞ୍ଜନ କରୁଛନ୍ତି ଡାକ୍ତର ଓ ସ୍ବାସ୍ୟକର୍ମୀ

ପିପିଇ କିଟରେ ନାଚି ନାଚି ରୋଗୀଙ୍କ ମନୋବଳ ବ୍ରୁଦ୍ଧି

ସମ୍ବଲପୁର: କୋଭିଡ ଚିକିତ୍ସାରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନେ ବି ବର୍ତମାନ ସମୟରେ ଅନେକ ଚାପରେ ରହିଛନ୍ତି । ସେମାନଙ୍କ ଆଖି ସାମ୍ନାରେ ରୋଗୀଙ୍କ ସମେତ ସହକର୍ମୀଙ୍କ ମ୍ରୁତ୍ୟୁ ହେଉଥିବା ବି ଦେଖିବାକୁ ମିଳୁଛି । ଏହାସତ୍ତ୍ବେ ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ରୋଗୀକୁ ସୁସ୍ଥ କରି ଘରକୁ ପଠାଇ ଅପାର ଆତ୍ମତ୍ରୁପ୍ତି ଲାଭ କରୁଛନ୍ତି ।

ଏଭଳି ସ୍ଥିତିରେ ବର୍ତମାନ ସମୟରେ ରୋଗୀଙ୍କ ମନୋବଳ ବ୍ରୁଦ୍ଧି ବହୁତ ଜରୁରୀ । ଏହାକୁ ହ୍ରୁଦବୋଧ କରି ବୁର୍ଲା ଭିମସାରରେ କୋଭିଡ ଡ୍ୟୁଟିରେ ନିୟୋଜିତ ଡାକ୍ତର ଓ କର୍ମଚାରୀ ଆଇସିୟୁରେ ଭର୍ତି ଗୁରୁତର ରୋଗୀଙ୍କ ମନୋରଞ୍ଜନ ପାଇଁ ନ୍ରୁତ୍ୟ କରୁଥିବା ଦେଖିବାକୁ ମିଳିଛି । ପିପିଇ କିଟ୍ ପିନ୍ଧି ହମ୍ ହୋଂଗେ କାମୟ୍ୟାବ୍ ଗୀତରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନ୍ରୁତ୍ୟ କରି ସମସ୍ତ ରୋଗୀଙ୍କୁ ଉତ୍ସାହିତ କରୁଥିବା ଭିଡିଓ ଭାଇରାଲ ହୋଇଛି । ସେହିପରି ଜଣେ ଡାକ୍ତର ପିପିଇ କିଟରେ ବ୍ରାକ୍ ଡ୍ୟାନ୍ସ କରୁଥିବା ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Comments are closed.