ସାନପୁଅ ପ୍ରଶାନ୍ତଙ୍କ ପରେ ଆଖି ବୁଜିଲେ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ବଡପୁଅ ଯଶୋବନ୍ତ

ଭୁବନେଶ୍ୱର- ବିଶିଷ୍ଟ ସ୍ଥପତି ପଦ୍ମଭୂଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କର ବଡପୁଅ ଯଶୋବନ୍ତ ମହାପାତ୍ରଙ୍କର ମଧ୍ୟ କୋରେ।।ନରେ ମୃତ୍ୟୁ ହୋଇଛି । ଯଶୋବନ୍ତ ସମ୍ କୋଭିଡ ହସପିଟାଲରେ ଗତକାଲି ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା ।

ଗତକାଲି ରଘୁନାଥଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ର ମଧ୍ୟ କୋରୋନାରେ ପ୍ରାଣ ହରାଇଥିଲେ । ଆଜି ରଘୁନାଥଙ୍କ ବଡ ପୁଅ ଯଶୋବନ୍ତଙ୍କ ମୃତ୍ୟୁ ମହାପାତ୍ର ପରିବାରକୁ ବିଷାଦଗ୍ରସ୍ତ କରିଛି । ପୂର୍ବରୁ ମେ ୯ ତାରିଖରେ ରଘୁନାଥ ମହାପାତ୍ରଙ୍କର ବିୟୋଗ ହୋଇଥିଲା ।

Comments are closed.