୨୫ ତାରିଖରେ ବାତ୍ୟାର ରୂପ ନେଇପାରେ ଲଘୁଚାପ : ଆଇଏମଡି

ଭୁବନେଶ୍ୱର- ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେବ । ଭାରତୀ ପାଣିପାଗ ବିଭାଗ -ଆଇଏମଡି ଏହି ପୂର୍ବାନୁମାନ କରିଛି । ମେ ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ତେବେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହା ଏବେଠାରୁ କହିହେବ ନାହିଁ । ବାତ୍ୟା ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।

Comments are closed.