ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟନ

ଥିରୁବନନ୍ତପୁରମ: ପିନରୟୀ ବିଜୟନ ଦ୍ୱିତୀୟ ଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ବିଜୟନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିଧାନସଭା ନିର୍ବାଚନରେ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ମେଣ୍ଟ ଏଲ୍‌ଡିଏଫ୍ ବିପୁଳ ବିଜୟ ସହ କ୍ଷମତା ବଜାୟ ରଖିଥିଲା ।

କେରଳ ହାଇକୋର୍ଟଙ୍କ ଅନୁମତି ପରେ ଶପଥ ଗ୍ରହଣ ଉତ୍ସବ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଅନୁଷ୍ଠିତ ହୋଇଥିଲା । କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୟନ ଟ୍ୱିଟ୍ କରି ଏକ ନୂଆ କେରଳ ଗଢ଼ିବା ପାଇଁ ଏକାଠି କାମ କରିବାକୁ ସବୁ ନେତା ଓ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ବିଜୟନଙ୍କ ନୂଆ କ୍ୟାବିଟେନରେ ଗତ କାର୍ଯ୍ୟକାଳର କୌଣସି ମନ୍ତ୍ରୀ ସାମିଲ ହୋଇନାହାନ୍ତି । କ୍ୟାବିଟେନରେ ସିପିଏମ୍‌ରୁ ୧୨ ଓ ସିପିଆଇର ୪ ଜଣ ନେତାଙ୍କୁ ସାମିଲ କରାଯାଇଛି । ବିଜୟନଙ୍କ ନୂଆ ଟିମ୍‌ରେ ତିନି ମହିଳା ମନ୍ତ୍ରୀ ଅଛନ୍ତି । ଏହି ତିନି ମହିଳା ମନ୍ତ୍ରୀ ହେଲେ ଡକ୍ଟର ଆର.ବିନ୍ଦୁ, ଚିଞ୍ଚୁ ରାଣୀ ଏବଂ ବୀଣା ଜର୍ଜ । ନୂଆ କ୍ୟାବିନେଟର ୭୫% ସଦସ୍ୟ ହେଉଛନ୍ତି ନୂଆ ।

Comments are closed.