ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ : ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ, ମହାମାରୀ ଆଇନ ଅଧୀନସ୍ଥ ରୋଗ

ଭୁବନେଶ୍ୱର- ବ୍ଲାକ୍ ଫଙ୍ଗସ୍‌କୁ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ । ସରକାର ସ୍ପଷ୍ଟ କରିଛନ୍ତି ଯେ, ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ । ଏହା ମହାମାରୀ ଆଇନ ଅଧୀନରେ ଆସୁଥିବା ରୋଗ । ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ ଆଇନର ଅଧିସୂଚିତ ରୋଗ ହେଉଛି ବ୍ଲାକ୍ ଫଙ୍ଗସ୍ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ରାଜ୍ୟରେ ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରାଯାଇଛି ।

Comments are closed.