ଅଦାଲତ ଅବମାନନା ମାମଲା: କ୍ଷମା ମାଗିବାକୁ ମନାକଲେ କାମ୍ରା

ନୂଆଦିଲ୍ଲୀ – ଅଦାଲତ ଅବମାନନା ମାମଲାରେ କ୍ଷମା ପ୍ରାର୍ଥନା କରିବାକୁ ମନା କରିଦେଇଛନ୍ତି ହାସ୍ୟ କଳାକାର କୁନାଲ କାମ୍ରା । ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବା ପରେ କାମ୍ରା କିଛି ଆପତ୍ତିଜନକ ଟ୍ୱିଟ୍ କରିଥିଲେ ।

ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ସମ୍ମତି ପ୍ରଦାନ କରିଥିଲେ । କାମ୍ରା ବାକ୍ ସ୍ୱାଧୀନତାର ଅପବ୍ୟବହାର କରିଛନ୍ତି ବୋଲି ବେଣୁଗୋପାଳ କହିଥିଲେ ।

ତେବେ ଏହି ମାମଲରେ କାମ୍ରା ପୁଣିଥରେ ଟ୍ୱିଟ୍ କରି ନିଜ ପକ୍ଷ ରଖିଛନ୍ତି । ସେ ନିଜ ମତ ଉପରେ କାଏମ ଅଛନ୍ତି । କାରଣ ଜଣେ ସାମ୍ବାଦିକ (ଅର୍ଣ୍ଣବ)ଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନୀରବତା ସମାଲୋଚନାଯୋଗ୍ୟ । ସେ ସର୍ବୋଚ୍ଚ ନ୍ୟାୟଳୟ ଉପରେ କରିଥିବା ଟ୍ୱିଟ୍ ହଟାଇବେ ନାହିଁ କି ଅଦାଲତ ଅବମାନନା ନାଁରେ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି କାମ୍ରା କହିଛନ୍ତି ।

Comments are closed.