ଏତକେଁ କରୋନା ରିପୋର୍ଟ ମୋବାଇଲ୍ ଥିଁ

ଭୁବନେଶ୍ୱର : ରାଏଜ୍ ସରକାର୍ କରୋନା ରିପୋର୍ଟ ଲୋକଙ୍କୁ ପାଏବାର୍ ଲାଗି ବଢେଟେ କାମ୍ କରିଛନ୍ତି । ଇହାଦେ ଆର୍ ରିପୋର୍ଟ ଲାଗି ଲୋକଙ୍କୁ ଥର୍ ଥର୍ ଟେଷ୍ଟିଂ ସେଣ୍ଟର୍ କେ ଯିବାର୍ କେ ନେ ପଡେ । ଏତକେ ମୋବାଇଲ୍ ଥିଁ ମିଲିଯିବା ରିପୋର୍ଟ । ଇଥିର୍ ଲାଗି ଆଏଜ୍ ସରକାର୍ ଗୁଟେ ଖାସ୍ କରି କୋଭିଡ୍‌ ଟେଷ୍ଟ ରିପୋର୍ଟ ୱେବସାଇଟ୍ ମୁଲ୍ କରିଛନ୍ତି । ଆର୍ ଇ ରିପୋର୍ଟ କେ ଖାଲି ସେମ୍ପଲ୍ ଦେଲା ଲୋକ୍ ହିଁ ଜାନି ପାରବେ । ଇଟା ପୁରା ଗୋପନୀୟ ରହେବା ବଲି ଆଏଜ୍ ମୁଖ୍ୟମନ୍ତ୍ରୀ ଇତାର୍ ଉଦଘାଟନ କରି କହିଛନ୍ତି ।

କୋଭିଡ୍ ବେମାରୀ ଜାନବାର୍ ଲାଗି ଆଟିପିସିଆର୍ ହେଉ କି ଆଣ୍ଟିଜେନ୍ ଟେଷ୍ଟ ଇହାଦେ ସବୁ ଟେଷ୍ଟ ର ରିପୋର୍ଟ ଲାଗି ଆର୍ ଲୋକକୁଁ ଗୁନ୍ଦଲେଇ ହେବାରେ କେ ନେ ପଡେ । ଆଏଜ୍ ସରକାର ୫ଟି ଅଧୀନ୍ ଥିଁ ଖୁଲିଥିବାର୍ ୱେବସାଇଟ୍ ଥିଁ ପଞ୍ଜିକୃତ ମୋବାଇଲ୍ ନମ୍ବର ହେଉ କି ଏସଆରଏଫ୍ ଆଇଡି କେ ଦାଖଲ୍ କରବାର୍ କେ ପଡବା । ତାର୍ ଉତାଇଁ ମୋବାଇଲ୍ କେ ଜଲଦି ଗୁଟେ ଓଟିପି ନମ୍ବର୍ ଆଏବା । ଆର୍ ଇ ଓଟିପି ନମ୍ବର୍ କେ ଦେଲା ଉତାରୁଁ ରିପୋର୍ଟ ପୁରା ବାହାରିଯିବା । ଇଥିଁ କେଭେଁ ସେମ୍ପଲ୍ ଦିଆ ହେଇଥିଲା , ପଜିଟିଭ କି ନେଗେଟିଭ ସବୁ ଲେଖା ଥିବା । ଆର୍ ଇ ରିପୋର୍ଟ କେ ଡାଉନଲୋଡ୍ ନ ହେଲେ ସ୍କ୍ରିନ୍ ସଟ୍ କରି ରଖି ପାରବେ ।

ସେନ୍ତା ଇଟା କେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଇହାଦେ କୋଭିଡ୍ ଲଢେଇ ଥିଁ ଟେକ୍ନୋଲଜି ଟା ଭି ବଢେଟେ ହତିଆର୍ ଆଏ । ଆର୍ ଇ ରିପୋର୍ଟ ପାଏବାର୍ ବ୍ୟବସ୍ଥା ଲୋକଙ୍କୁ ଏନତା ବିପଦ ବେଲା ଥିଁ ବଢେଟେ ସହଯୋଗ୍ କରିବା ବଲିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଇତାର୍ ଛଡା ଇ କରୋନା ନୁ ଲୋକକର୍ ଜୀବନ୍ କେ ବଁଚାବାର୍ ଲାଗି ରାଏଜ୍ ସରକାର୍ କୋଭିଡ୍ ପରୀକ୍ଷା ନୁ ମୁଲ୍ କରି ମଗନା ଚିକିତ୍ସା ତକ୍ ଦେଉଛନ୍ତି । ଆଟିପିସିଆର୍ ଟେଷ୍ଟ ବଢାବାର୍ କେ ସବୁ ଜିଲା ନେ ଟେଷ୍ଟ ସେଣ୍ଟର୍ ଖୁଲା ଯାଉଛେ । ଇଟା କୋଭିଡ୍ ଲଢେଇ କେ ଆର୍ ମଜବୁତ୍ କରବା ବଲିଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋ କକ ର ସୁବିଧା ଲାଗିଁ https://covid19regd.odisha.gov.in/ SamplCollectionDetails.aspx ୱେସାଇଟ୍ କେ https://statedashboard.odisha.gov.in ସାଂଗେ ସଂଯୋଗ କରାଯାଇଛେ । ଲୋକ୍ ନିଜର୍ ସେମ୍ପଲ୍ ଦେଲା ଉତାରୁଁ ରିପୋର୍ଟ ଲାଗି ଉତ୍କଣ୍ଠା ଥିଁ ରହୁଛନ୍ତି । ଆର୍ ଥର୍ ଥର୍ ଟେଷ୍ଟିଂ ସେଣ୍ଟର୍ କେ ନରଦୁଛନ୍ । ହେଲେଁ ଇହାଦେ ଇ ୱେବସାଇଟ୍ ଲାଗି ମୋବାଇଲ୍ , କଂପ୍ୟୁଟର୍ , ଲାପଟପ୍ ନୁ ରିପୋର୍ଟ ବାହାର୍ କରି ପାରବେ । ନେ ହେଲେ ଗାଁ ଗହଲି ଏରିଆ ନେ ‘ ମୋ ସେବା କେନ୍ଦ୍ର ନୁ ବି ରିପୋର୍ଟ ପାଇପାରବେ ବଲି ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି । ଇହାଦେ ରେଲ୍ ଷ୍ଟେସନ୍ ଆର୍ ଉଡା ଜାହାଜ୍ ଥିଁ ଗଲେ ଇ ନେଗେଟିଭ ରିପୋର୍ଟ ଦରକାର ପଡ଼ଲା ବେଲକେ ଇଟା ଦେଖେଇ ପାରିବେ ବଲି ଶ୍ରୀ ମିଶ୍ର କହିଛନ୍ତି ।

Comments are closed.