ଦିିଲ୍ଲୀରେ ମେ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍‌ଡାଉନ୍ ଆଉ ସପ୍ତାହେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଆଜି ଏକ ଅନଲାଇନ୍ ସାମ୍ବାଦିକ ସମ୍ମଳନୀରେ ଏହି ଘୋଷଣା କରିଛନ୍ତି । ରାଜଧାନୀ ନଗରୀରେ ମେ ୩୧ ସକାଳ ୫ଟା ଯାଏଁ ଲକ୍‌ଡାଉନ୍ ଜାରି ରହିବ । ଯଦି ସଂକ୍ରମଣ ହ୍ରାସ ପାଏ, ତେବେ ମେ ୩୧ ପରେ ପର୍ଯ୍ୟାୟକ୍ରମେ କଟକଣା ହଟାଯିବ ବୋଲି କେଜ୍ରିୱାଲ କହିଛନ୍ତି ।

ଦିଲ୍ଲୀରେ ରବିବାର ୧୬୦୦ ନୂଆ କୋଭିଡ୍ ମାମଲା ରେକର୍ଡ କରାଯାଇଛି । ସଂକ୍ରମଣ ହାର ହ୍ରାସ ପାଉଛି । ଏବେ ଏହା ୨.୫% ରହିଛି । ଏପ୍ରିଲରେ ସଂକ୍ରମଣ ହାର ୩୬ ପ୍ରତିଶତ ଥିଲା । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପରିଶ୍ରମ ଯେଭଳି ବ୍ୟର୍ଥ ନ ହୁଏ ସେଥିପାଇଁ ଲକ୍‌ଡାଉନକୁ ଆଉ ସପ୍ତାହେ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ବୋଲି କେଜ୍ରିୱାଲ କହିଛନ୍ତି ।

Comments are closed.