‘ଦିଦିଙ୍କୁ ଛାଡ଼ି ରହି ପାରିବିନି’, ତୃଣମୂଳ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି ବିଜେପି ନେତ୍ରୀ ସୋନାଲି ଗୁହା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଅନେକ ନେତା ବିଜେପିରେ ଯୋଗ ଦେଇଥିଲେ । ହେଲେ ନିର୍ବାଚନରେ ବିଜେପିର ପରାଜୟ ପରେ ସେମାନଙ୍କ ମଧ୍ୟରୁ କିଛି ନେତା ଓ ନେତ୍ରୀ ଏବେ ପୁଣିଥରେ ତୃଣମୂଳ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି । ଏମିତି ଜଣେ ନେତ୍ରୀ ହେଲେ ସୋନାଲି ଗୁହା । ତୃଣମୂଳ କଂଗ୍ରେସକୁ ସେ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଉ ବୋଲି ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ସୋନାଲି । ଦଳ ଛାଡ଼ିଥିବାରୁ ସେ ମମତାଙ୍କୁ କ୍ଷମା ବି ମାଗିଛନ୍ତି ।

ମମତାଙ୍କୁ ଲେଖିଥିବା ଚିଠିକୁ ସୋନାଲି ସୋସିଆଲ ମିଡିଆରେ ବି ପୋଷ୍ଟ କରିଛନ୍ତି । ସେ କେହିଛନ୍ତି ଯେ, ସେ ଭାବ ପ୍ରବଣତା ବଶତଃ ଦଳ ଛାଡ଼ି ଦେଇଥିଲେ । କିନ୍ତୁ ମାଛ ପାଣି ବିନା ବେଶି ସମୟ ବଞ୍ଚିପାରିବ ନାହିଁ । ବିଜେପିରେ ସେ ଏଭଳି ଅଣନିଃଶ୍ୱାସୀ ଓ ଅଲୋଡ଼ା ଅନୁଭବ କରୁଛନ୍ତି ବୋଲି ସୋନାଲି କହିଛନ୍ତି ।

ଚାରି ଥରର ବିଧାୟକ ସୋନାଲି ଗୁହା ଏକଦା ମମତାଙ୍କ ଘନିଷ୍ଠ ସହଯୋଗୀ ଥିଲେ । ତେବେ ଏଥର ନିର୍ବାଚନ ପାଇଁ ତାଙ୍କୁ ଟିକେଟ୍ ମିଳିନଥିବାରୁ ସେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ତାଙ୍କୁ ବିଜେପି ମଧ୍ୟ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇନଥିଲା ।

Comments are closed.