ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ତଦନ୍ତ ଜୋରଦାର୍‌, ପୋଲିସର ଦୁଇ ସ୍ୱତନ୍ତ୍ର ଟିମ୍ ଗଠନ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡର ଗୋଟିଏ ପରିବାରର ୬ ଜଣଙ୍କୁ ଶୋଇଥିବା ଅବସ୍ଥାରେ ନିର୍ମମ ହତ୍ୟା ଘଟଣାରେ ଚାରି ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।

ଏହା ଚାଂଚଲ୍ୟକର ଘଟଣାର ତଦନ୍ତ ଜୋରଦାର ହୋଇଛି । ଏସପିଙ୍କ ନିର୍ଦ୍ଦେଶକ୍ରମେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ଜିଲ୍ଲା ବାହାରକୁ ପଠାଯାଇଛି । କିଛି ଅଭିଯୁକ୍ତ ଛତିଶଗଡରେ ଲୁଚିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡ ଗତ ୧୧ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିଲା । ପାଟଣାଗଡ କୁସୁମପଡାରେ ରହୁଥିବା ବୁଲୁ ଜାନି, ସ୍ତ୍ରୀ ଜ୍ୟୋତି, ୩ ଶିଶୁ ସମେତ ନାତୁଣୀ ଶ୍ରୀୟାଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଘଟଣାର ୬ଟି ଦିଗକୁ ବିଚାରକୁ ନେଇ ତଦନ୍ତ ଚଳାଇଛି ।

ଘଟଣାରେ ସଂପୃକ୍ତି ସନ୍ଦେହରେ ପୋଲିସ ପ୍ରଥମେ ବୁଲୁ ଜାନିର ପଡୋଶୀ ବାବୁଲା ଜାନିର ଦୁଇ ପୁଅ ଭୋଳା ଓ ଶିବାକୁ ଅଟକ ରଖି ଜେରା କରିଥିଲା । ଗତକାଲି ରାତିରେ ଭୋଳା ଓ ଶିବାର ବାପା ବାବୁଲା ଜାନି ଓ ଭିଣୋଇ ସୁରେଶା ମାଝିକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Comments are closed.