ଆଜି ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ, ୫ଟି ଜିଲ୍ଲାରେ ବାତ୍ୟା ମୁକାବିଲା ସୁପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ବାତ୍ୟା ୟଶ୍‌ର ମୁକାବିଲା ପ୍ରସ୍ତୁତି ସଂପର୍କରେ ସେ କହିପାରନ୍ତି ବୋଲି ଆଶା କରାଯାଉଛି । ଏଣେ ବାତ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାର ମୁକାବିଲା ପ୍ରସ୍ତୁତି ସୁପରିଚାଳନା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭି.ଭି ଯାଦବ, ବାଲେଶ୍ୱର ପାଇଁ ବିଶାଲ ଦେବ ଓ ମୟୂରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments are closed.