ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ ହେବ କୋରୋନା ପରୀକ୍ଷା, ନଭେମ୍ବର ୧୭ରୁ ୧୯ ଯାଏଁ ନମୂନା ସଂଗ୍ରହ

ଭୁବନେଶ୍ୱର-ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ୧୭ ତାରିଖରୁ ୧୯ ତାରିଖ ଯାଏଁ ନମୂନା ସଂଗ୍ରହ କରାଯିବ । ଏଥିପାଇଁ ବିଧାନସଭା ପରିସରେ ଆବଶ୍ୟକୀୟ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଯୋଗାଇ ଦିଆଯିବ । ଏ ସଂପର୍କରେ ବିଏମସି, କ୍ୟାପିଟାଲ ହସପିଟାଲ୍ ଓ ରାଜ୍ୟ ଔଷଧ ନିଗମକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାପ ମହାପାତ୍ର ।

ଆସନ୍ତା ୧୭ ଓ ୧୮ ତାରିଖରେ ସକାଳ ସାଢେ ୮ଟାରୁ ଦିନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୫ଟା ଯାଏଁ ବିଧାନସଭା ପରିସରରେ ନମୂନା ସଂଗ୍ରହ କରାଯିବ । ୧୯ ତାରିଖ ସକାଳେ ସାଢେ ୮ଟାରୁ ଅପରାହ୍ନ ସାଢେ ୧ଟା ଯାଏଁ ପରୀକ୍ଷା କରାଯିବ । ବିଧାନସଭା ଅଧିବେଶନ ଶେଷ ହେବା ପରେ ପୁଣି ଥରେ ସବୁ ସଦସ୍ୟଙ୍କ ଆରଟିପିସିଆର୍ ନମୂନା ସଂଗ୍ରହ ହୋଇ ପରୀକ୍ଷା କରାଯିବ ବୋଲି ଚିଠିରେ କୁହାଯାଇଛି ।

Comments are closed.