ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ପବନ ଜାରି, ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର- ବାତ୍ୟା ୟାଶ୍ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପବନ ଲାଗି ରହିଛି । ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ବର୍ତ୍ତମାନ ପାରାଦୀପଠାରୁ ୩୬୦ କିଲୋମିଟର ଦୂରରେ ରହିଛି ୟାଶ୍ । ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଆଜି ଓ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିଶେଷ ଭାବେ ପ୍ରଭାବିତ ହେବ । ଏହି ଚାରି ଜିଲ୍ଲା ସମେତ ମୋଟ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପ୍ରଭାବିତ ଅଂଚଳଗୁଡିକରୁ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆଜି ଅପରାହ୍ନ ସୁଦ୍ଧା ଶେଷ ହେବ ।

Comments are closed.