ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ, ୨୪ ଘଣ୍ଟାରେ ୧୦୯୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୩୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ଧରି ୧୧ ହଜାର ଉପରେ ରହିବା ପରେ ସଂକ୍ରମଣ ତଳକୁ ଖସିଛି । ଦିନକରେ ସଙ୍ଗରୋଧରୁ ୬ ହଜାର ୧୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୯୮, କଟକରୁ ୯୨୨, ଅନୁଗୁଳରୁ ୮୧୯, ଢେଙ୍କାନାଳରୁ ୭୬୩, ମୟୂରଭଞ୍ଜରୁ ୬୦୪, ଯାଜପୁରରୁ ୫୪୧, ସୁନ୍ଦରଗଡରୁ ୫୧୨, ପୁରୀରୁ ୪୫୬, ବୌଦ୍ଧରୁ ୩୮୫, ନବରଙ୍ଗପୁରରୁ ୩୬୨, ବାଲେଶ୍ୱରରୁ ୩୬୧, ବରଗଡରୁ ୩୨୩, କେନ୍ଦ୍ରାପଡାରୁ ୩୨୩, ସମ୍ବଲପୁରରୁ ୩୧୯, ଜଗତସିଂହପୁରରୁ ୨୯୧, ଗଞ୍ଜାମରୁ ୨୫୪, କଳାହାଣ୍ଡିରୁ ୨୪୪, କୋରାପୁଟରୁ ୨୪୨, ସୋନପୁରରୁ ୨୩୧, ନୟାଗଡରୁ ୨୨୫, ବଲାଙ୍ଗିରରୁ ୧୯୫, ଝାରସୁଗୁଡାରୁ ୧୯୧, କେନ୍ଦୁଝରରୁ ୧୭୬, ରାୟଗଡାରୁ ୧୫୬, ଭଦ୍ରକରୁ ୧୪୨, ମାଲକାନଗିରରୁ ୧୦୩, ଦେବଗଡରୁ ୧୦୦,କନ୍ଧମାଳରୁ ୭୭, ନୂଆପଡାରୁ ୬୪, ଗଜପତିରୁ ୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.