‘କୋଭାକ୍ସିନ’କୁ ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ କରିବା ପାଇଁ ଅଧିକ ତଥ୍ୟ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନ୍ୟୁୟର୍କ: ‘କୋଭାକ୍ସିନ’କୁ ନିଜ ଜରୁରୀ ବ୍ୟବହାର ତାଲିକାରେ ସାମିଲ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଭାରତ ବାୟୋଟେକ୍ ଠାରୁ ଅଧିକ ତଥ୍ୟ ମାଗିଛି । ଡବ୍ଲୁଏଚ୍‌ଓର ଜରୁରି ବ୍ୟବହାର ତାଲିକା (ଇୟୁଏଲ୍‌)ରେ ସ୍ଥାନ ପାଇବା ପାଇଁ କୋଭିଡ୍ ଟିକା ଗୁଡିକର ସ୍ଥିତି ସମ୍ପର୍କରେ ମେ ୧୮ରେ ଡବ୍ଲୁଏଚ୍‌ଓ ୱେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତ ବାୟୋଟେକ୍ ଏପ୍ରିଲ ୧୯ରେ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟେରେଷ୍ଟ୍‌’ ବା ଇଚ୍ଛାପତ୍ର ଦାଖଲ କରିଥିଲା । ତେବେ ‘କୋଭାକ୍ସିନ’କୁ ଡବ୍ଲୁଏଚ୍‌ଓର ଇୟୁଏଲ୍‌ରେ ସାମିଲ କରିବା ପାଇଁ ଭାରତ ବୟୋଟେକ୍‌କୁ ଆହୁରି ଅଧିକ ତଥ୍ୟ ଦାଖଲ କରିବାକୁ ପଡିବ ।

କୋଭିଡ୍ ଟିକା ଗୁଡିକର ଇୟୁଏଲ୍‌ରେ ତାଲିକାଭୁକ୍ତ ପାଇଁ ଆବେଦନ ପ୍ରିକ୍ରିୟା ଗୋପନୀୟ ହୋଇଥାଏ । ଯଦି କୌଣସି ଟିକା ନିର୍ମାତା କମ୍ପାନୀ ପକ୍ଷରୁ ଦାଖଲ ତଥ୍ୟ ସବୁ ଯୋଗ୍ୟତାବଳୀ ପୂରଣ କରୁଛି, ତେବେ ଡବ୍ଲୁଏଚ୍‌ଓ ସମ୍ପୃକ୍ତ ଟିକାକୁ ନିଜ ଜରୁରୀ ବ୍ୟବହାର ତାଲିକା (ଇୟୁଏଲ୍‌)ରେ ସ୍ଥାନ ଦେବ ।

ଅନ୍ୟପକ୍ଷେ ହାଇଦ୍ରାବାଦ୍ ସ୍ଥିତ ଫାର୍ମା କମ୍ପାନୀ ଭାରତ ବାୟୋଟେକ୍ ନିଜ କୋଭିଡ୍ ଟିକା ‘କୋଭାକ୍ସିନ’କୁ ତିନି ମାସ ମଧ୍ୟରେ ଡବ୍ଲୁଏଚ୍‌ଓ ସ୍ୱୀକୃତି ମିଳିବ ବୋଲି ଆଶା ବ୍ୟକ୍ତ କରିଛି । ଡବ୍ଲୁଏଚ୍‌ଓ ପାଖରେ ୯୦% ତଥ୍ୟ ଦାଖଲ କରାଯାଇ ସାରିଛି ବୋଲି କମ୍ପାନୀ କହିଛି

Comments are closed.