ସଡକ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତିଙ୍କୁ ସରକାରୀ ଗାଡିରେ ହସପିଟାଲ ପଠାଇଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର-ଆଜି ବ୍ରହ୍ମପୁର –ଗୋପାଳପୁର ରୋଡରେ ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇ ରାସ୍ତାର ପଡିଥିଲେ । ସେତେବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ସ୍ଥଳରେ ଭିଡ ଦେଖି ଅଟକି ଥିଲେ । ନିଜର ସରକାରୀ ଗାଡିରେ ହିଁ ଜିଲ୍ଲାପାଳ ଦୁଇ ଆହତଙ୍କୁ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ପଠାଇଥିଲେ । ଜିଲ୍ଲାପାଳଙ୍କ ଏହି ବଦାନ୍ୟତା ଯୋଗୁଁ ଦୁଇଜଣଙ୍କ ଜୀବନ ରକ୍ଷା ହୋଇପାରିଛି ।

Comments are closed.