ବାତ୍ୟା ୟାଶ୍ ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜଳବନ୍ଦୀ ୧୨୮ଟି ଗାଁର ସବୁ ପରିବାରକୁ ୭ ଦିନ ରିଲିଫ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ୟାଶ ପରବର୍ତ୍ତୀ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ଜଳବନ୍ଦୀ ହୋଇ ରହିଥିବା ଗାଁଗୁଡିକର ସବୁ ପରିବାରକୁ ୭ ଦିନ ଲାଗି ରିଲିଫ ଯୋଗାଇ ଦିଆଯିବ । ଏହାଛଡା ୨୪ ଘଂଟାରେ କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତାର ପୁନରୁଦ୍ଧାର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ଓ ପଂଚାତ ପ୍ରତିନିଧିଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ସେ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.