କରୋନା ଅପଡେଟ୍‌: ଭାରତରେ ଆଉ ୨.୧୧ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୪୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ମୃତ୍ୟୁର ତାଣ୍ଡବ ଥମିନି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨ ଲକ୍ଷ ୧୧ ହଜାର ୨୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ ଚାରି ହଜାର ପାଖାପାଖି ରହିଛି । ଦିନକରେ ଏହି ରୋଗରେ ପୁଣି ୩୮୪୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏହି ରୋଗରୁ ଆଉ ୨ ଲକ୍ଷ ୮୩ ହଜାର ୧୩୫ ସୁସ୍ଥ ହୋଇଛନ୍ତି ।

ଗତକାଲି ଦୈନିକ ୨୦୮,୯୨୧ ମାମଲା ଆସିଥିଲା । ଆଜି ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି । ଗତକାଲି କରୋନାରେ ୪୧୫୭ ଲୋକ ପ୍ରାଣ ହରାଇଥିଲେ ।

ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୭୩ ଲକ୍ଷ ୬୯ ହଜାରକୁ ବୃଦ୍ଧି ପାଇଛି । ଏହି ମହାମାରୀ ଏଯାବତ୍ ୩ ଲକ୍ଷ ୧୫ ହଜାର ୨୩୫ ଲୋକଙ୍କ ଜୀବନ ନେଇଥିବା ବେଳେ ମୋଟ ୨ କୋଟି ୪୬ ଲକ୍ଷ ୩୩ ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସକ୍ରିୟ ମାମଲା ୨୫ ଲକ୍ଷ ତଳକୁ ଖସିଛି । ଭାରତରେ ବୁଧବାର ସୁଦ୍ଧା ୨୪ ଲକ୍ଷ ୧୯ ହଜାର ୯୦୭ ସକ୍ରିୟ ମାମଲା ରିପୋର୍ଟ କରାଯାଇଛି ।

Comments are closed.