ପୁଣି ବଢ଼ିଲା ତୈଳ ଦର: ଥାନେରେ ୧୦୦ ଟପିଲା ପେଟ୍ରୋଲ, ମୁମ୍ବାଇରେ ୯୯.୯୪ ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ପକ୍ଷରୁ ତୈଳ ଦର ପୁଣି ବୃଦ୍ଧି କରାଯାଇଛି । ଗୁରୁବାର ପେଟ୍ରୋଲ ଦର ୨୪ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ୨୯ ପଇସା ବଢ଼ିଛି । ଏଥିସହ ପେଟ୍ରୋଲ-ଡିଜେଲ ଦର ସାରା ଦେଶରେ ରେକର୍ଡ ସ୍ତରରେ ପହଞ୍ଚିଛି । ଚଳିତ ମାସରେ ୧୪ତମ ଥର ପାଇଁ ତୈଳଦର ବୃଦ୍ଧି କରାଯାଇଛି ।

ନୂଆ ଦର ପରେ ମହାରାଷ୍ଟ୍ରର ଥାନେରେ ଏବେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୦ ଟପିଛି । ଡିଜେଲ ଦର ୯୧.୯୯ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିିଟର ପିଛା ଦର ୯୯.୯୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ୯୧.୮୭ ଟଙ୍କା ଛୁଇଁଛି । ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ଅନେକ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ୧୦୦ ଟପିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଦେଶର ସବୁଠୁ ମହଙ୍ଗା ପଟ୍ରୋଲ ବିକ୍ରି ହେଉଛି । ଏଠାରେ ପେଟ୍ରୋଲ ଲିଟର ୧୦୪.୬୭ ଟଙ୍କାରେ ବିକ୍ରି ହେଉଛି ।

ଚଳିତ ମାସରେ ପେଟ୍ରୋଲ ଲିଟର ପିଛା ୩.୨୮ ଟଙ୍କା ଏବଂ ଡିଜେଲ ୩.୮୮ ଟଙ୍କା ବୃଦ୍ଧି କରାଯାଇଛି ।

Comments are closed.