ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ସବୁଆଡେ ଖାଲି ପାଣି ହିଁ ପାଣି

ଭୁବନେଶ୍ୱର- ବାତ୍ୟା ୟାଶ୍ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳ ଆକାଶମାର୍ଗରୁ ବୁଲି ଦେଖିଲା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରିଛନ୍ତି ଯେ, ଯେଉଁଆଡେ ଆଖି ଯାଉଛି, ଖାଲି ପାଣି ହିଁ ପାଣି । କେଉଁପଟେ ସ୍ଥଳଭାଗ ଓ କେଉଁଠାରେ ସମୁଦ୍ର,ତାହା ଜାଣିବା କଷ୍ଟକର । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଥାନାନ୍ତରଣ କାର୍ଯ୍ୟ ସହ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀ, ପୋଲିସ,ଏନଡିଆରଏଫ୍‌, ଓଡିଆରଏଫ୍‌, ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଲୋକଙ୍କ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିବାରୁ ସମସ୍ତଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Comments are closed.