ଲକ୍ଷଦ୍ୱୀପ ପ୍ରଶାସନର ବିବାଦୀୟ ନୀତିକୁ ଜୋରଦାର ବିରୋଧ, ବିଜେପି ଛାଡ଼ିଲେ ୮ ନେତା

ଥିରୁଭନନ୍ତପୁରମ: ଲକ୍ଷଦ୍ୱୀପ ପ୍ରଶାସନର ପ୍ରସ୍ତାବିତ ନିୟମକୁ ନେଇ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିରୋଧର ସ୍ୱର ତେଜିବାରେ ଲାଗିଛି । ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଏକତରଫା ସଂସ୍କାର ମୂଳକ ପଦକ୍ଷେପକୁ ଲକ୍ଷଦ୍ୱୀପ ବିଜେପି ପକ୍ଷରୁ ବି ବିରୋଧ କରାଯାଇଛି । ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ମନମୁଖୀ କାର୍ଯ୍ୟଶୈଳୀର ପ୍ରତିବାଦରେ ଲକ୍ଷଦ୍ୱୀପ ବିଜେପର ଆଠ ପଦାଧିକାରୀ ଦଳ ଛାଡ଼ିଛନ୍ତି । ପ୍ରଶାସକ ପଟେଲଙ୍କ ପ୍ରସ୍ତାବିତ ନିୟମ ଯଦି ଲାଗୁ କରାଯାଏ, ତେବେ ଲକ୍ଷଦ୍ୱୀପର ସଂସ୍କୃତି ଓ ଶାନ୍ତିପୂର୍ଣ୍ଣ ପରିବେଶ ନଷ୍ଟ ହେବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଲକ୍ଷଦ୍ୱୀପ ପ୍ରଶାସକଙ୍କ ଜନ ବିରୋଧୀ କାର୍ଯ୍ୟ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛି । ଏନେଇ ଯଦି କେନ୍ଦ୍ର ଠାରୁ ଉତ୍ତର ନ ମିଳେ, ତେବେ ଆଗକୁ ବିଜେପିର ଆହୁରି ଅନେକ ନେତା ଦଳ ଛାଡ଼ିବେ ବୋଲି ସୂତ୍ରରୁ ଜଣାପଡିିଛି ।

ଆଠ ନେତା ଦଳ ଛାଡ଼ିବା କେରଳ ବିଜେପିର ସଭାପତି କେ.ସୁରେନ୍ଦ୍ରନ ଓ ଉପସଭାପତି ଏପି ଅବଦୁଲ୍ଲାକୁଟ୍ଟିଙ୍କ ପାଇଁ ଏକ ବଡ଼ ଝଟକା । ଅବଦୁଲ୍ଲାକୁଟ୍ଟି ଦଳର ଲକ୍ଷଦ୍ୱୀପ ପ୍ରଭାରୀ ଅଛନ୍ତି ।

ଲକ୍ଷଦ୍ୱୀପ ପ୍ରଶାସକ ପଟେଲ ଗୋମାଂସ ଉପରେ ବ୍ୟାନ୍ ଲଗାଇବା ସହ ପଞ୍ଚାୟନ ନିର୍ବାଚନ ଲଢ଼ିବା ପାଇଁ ନିୟମରେ ପରିବର୍ତ୍ତନ କରିବା ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ ପ୍ରକାଶ କରିଛନ୍ତି । ଏହାକୁ ନେଇ ଏହି ଛୋଟ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣ ଓ ସବୁ ରାଜନୈତିକ ଦଳ ବିରୋଧ କରିଛନ୍ତି । ଏଭଳି ପ୍ରସ୍ତାବିତ ନିୟମ କାର୍ଯ୍ୟକାରୀ କରାଗଲେ ଲକ୍ଷଦ୍ୱୀପର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପରିଚୟ ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି ।

Comments are closed.